Back to Odia Language Pack Odia Language Pack
Transcend Store Loader Image
Thumbnail Image of ଭଗବାନ୍‍ ଶ୍ରୀଚୈତନ୍ୟ ମହାପ୍ରଭୁ  ତାଙ୍କର ଜୀବନୀ ଏବଂ ଶିକ୍ଷାମୃତ

ଭଗବାନ୍‍ ଶ୍ରୀଚୈତନ୍ୟ ମହାପ୍ରଭୁ ତାଙ୍କର ଜୀବନୀ ଏବଂ ଶିକ୍ଷାମୃତ (Bhagaban Shree Chaitanya Mahaprabhu Tankara Jibani Ebong Shikshamruta)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ଏହି ଭୌତିକ ଜଗତରେ ଯୁଗେଯୁଗେ ଅନେକ ଅବତାରଙ୍କର ଆବିର୍ଭାବ ହୋଇଛି,କିନ୍ତୁ ଗୌର ଅବତାର ଶ୍ରୀମନ୍‍ ଚୈତନ୍ୟ ମହାପ୍ରଭୁଙ୍କପରି କୌଣସି ଅବତାର ଏତେ ଉଦାରତା ସହିତ ଭଗବଦ୍‍ ପ୍ରେମ ବିତରଣ କରିନାହାଁନ୍ତି। ଶ୍ରୀ ଚୈତନ୍ୟ ମହାପ୍ରଭୁ ପଶ୍ଚିମ ବଙ୍ଗରେ ୧୪୮୬ ଖ୍ରୀଷ୍ଟାଦ୍ଦରେ ଆବିର୍ଭୂତ ହୋଇଥିଲେ। ସେ ଏ ଧରାଧାମରେ ୪୮ବର୍ଷ ଲୀଳା କରିଥିଲେ। ତଥାପି ମାନବ ସମାଜରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ଉଦ୍ଦେଶ୍ୟରେ ସେ ଏକ କ୍ରାନ୍ତିକାରୀ ଆନ୍ଦୋଳନ କରିଥିଲେ। ସେ ଏଥିରେ ଲକ୍ଷ ଲକ୍ଷ ଜୀବଙ୍କୁ ପ୍ରଭାବିତ କରିଥିଲେ। ଯୁବାବସ୍ଥାରେ ମଧ୍ୟ ସେ ଜଣେ ପ୍ରସିଦ୍ଧ ବିଦ୍ୱାନ୍‍ ଥିଲେ। ସେ ୨୪ ବର୍ଷ ବୟସରେ ନିଜର ପରିବାର ତ୍ୟାଗ କରି ସନ୍ନ୍ୟାସ ବ୍ରତ ଅବଲମ୍ୱନ କରି ସାରା ଭାରତ ଭ୍ରମଣକରି ଆଧ୍ୟାତ୍ୱିକ ଚେତନାର ଶିକ୍ଷା ପ୍ରଦାନ କରିଥିଲେ। ସେ କହିଥିଲେ ମାନବ ସମାଜରେ ରହି ସମସ୍ତ ସାଂସାରିକ କର୍ତ୍ତବ୍ୟ କରି ଆଧ୍ୟାତ୍ମିକ ଚେତନାକୁ ବିକଶିତ କରିପାରିବ। ଯଦିଓ ଏଇଶିକ୍ଷା ଦୀର୍ଘ ବର୍ଷ ପୂର୍ବେ ପ୍ରଚାରିତ ହୋଇଥିଲା ତଥାପି ଆଜି ପର୍ଯ୍ୟନ୍ତ ଏହାର ଉତ୍କର୍ଷତା ଜନସମାଜ ଉପଲବ୍ଧି କରୁଛି। ତାଙ୍କର ଶିକ୍ଷାଥିଲା ଯେ ସମସ୍ତେ ଭଗବାନ୍‍ଙ୍କର ପ୍ରେମମୟୀ ସେବାରେ ନିଯୁକ୍ତ ହୋଇ ନିଜ ଜୀବନକୁ ସାର୍ଥକ କରିପାରିବେ। ଏହି ପୁସ୍ତକଟି ସେହି ପ୍ରେମ ପୁରୁଷୋତ୍ତମଙ୍କର ଅସାଧାରଣ ଜୀବନ ଶୈଳୀ ଓ ଶିକ୍ଷାର ସଂକ୍ଷିପ୍ତ ସୂଚନାଦିଏ।

Sample Audio

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.

Your IP Address: 216.73.216.223 Server IP Address: 169.254.130.2