Back to Odia Language Pack Odia Language Pack
Transcend Store Loader Image
Thumbnail Image of ଶ୍ରୀମଦ୍‌ ଭାଗବତମ୍‌ ଦଶମ ସ୍କନ୍ଧ-ତୃତୀୟ ଭାଗ

ଶ୍ରୀମଦ୍‌ ଭାଗବତମ୍‌ ଦଶମ ସ୍କନ୍ଧ-ତୃତୀୟ ଭାଗ (Srimad Bhagavatam_Dashama Skandha_Bhaga_3)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ଶ୍ରୀମଦ୍ ଭାଗବତମ୍ ଏକ ମହାକାବ୍ୟିକ ଦର୍ଶନଶାସ୍ତ୍ର ଏବଂ ସାହିତ୍ୟିକ ଗୌରବଗ୍ରନ୍ଥ ରୂପେ ଭାରତବର୍ଷର ବିପୁଳ ଲିଖିତ ଜ୍ଞାନମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଭାରତବର୍ଷର ସମୟସୀମାବିହୀନ ଜ୍ଞାନ ପ୍ରାଚୀନ ସଂସ୍କୃତ ଗ୍ରନ୍ଥ ବେଦରେ ଅଭିବ୍ୟକ୍ତ ହୋଇଛି, ଯାହା ମନୁଷ୍ୟ-ସମାଜରେ ଜ୍ଞାନର ସମସ୍ତ କ୍ଷେତ୍ରକୁ ସ୍ପର୍ଶ କରିଛି। ଶ୍ରୌତ ପରମ୍ପରାରେ ମୂଳରୁ ସୁରକ୍ଷିତ ରହି ବେଦ ପ୍ରଥମେ ଭଗବାନଙ୍କର ଶାସ୍ତ୍ରୀୟ ଅବତାର ଶ୍ରୀଳ ବ୍ୟାସଦେବଙ୍କ ଦ୍ୱାରା ଲିଖିତ ଆକାର ଧାରଣକଲା। ବେଦ ରଚନା କରିସାରିବାପରେ ତାଙ୍କର ଆଧ୍ୟାତ୍ମିକ ଗୁରୁଙ୍କ ଦ୍ୱାରା ଉଦ୍‍ବୁଦ୍ଧ ହୋଇ ଶ୍ରୀଳ ବ୍ୟାସଦେବ ଶ୍ରୀମଦ୍ ଭାଗବତମ୍ ରୂପରେ ବେଦର ସାରକଥା ପ୍ରକାଶ କଲେ। ବୈଦିକ ଶାସ୍ତ୍ର ରୂପକ ବୃକ୍ଷର ପକ୍ୱଫଳ ରୂପେ ପରିଚିତ ଶ୍ରୀମଦ୍ ଭାଗବତମ୍ ବୈଦିକ ଜ୍ଞାନର ସମ୍ପୂର୍ଣ୍ଣ ଏବଂ ପ୍ରାମାଣିକ ବ୍ୟାଖ୍ୟା ଅଟେ। ଶ୍ରୀମଦ୍ ଭାଗବତମ୍ ଲେଖି ସାରିବାପରେ ଶ୍ରୀଳ ବ୍ୟାସଦେବ ନିଜ ପୁତ୍ର ଶ୍ରୀଳ ଶୁକଦେବ ଗୋସ୍ୱାମୀଙ୍କୁ ତାହା ଶିକ୍ଷାଦେଲେ, ଯିଏ ପରବର୍ତ୍ତୀ କାଳରେ ବହୁ ମୁନିଋଷିଙ୍କ ମେଳରେ ଗଙ୍ଗାନଦୀ କୂଳରେ ପରୀକ୍ଷିତ ମହାରାଜଙ୍କୁ ଏହା କହିଥିଲେ। ଯଦିଓ ପରୀକ୍ଷିତ ମହାରାଜ ଜଣେ ମହାନ୍‍ରାଜର୍ଷି ଏବଂ ପୃଥିବୀର ସମ୍ରାଟ୍ ଥିଲେ, ତଥାପି ସେ ଯେତେବେଳେ ସାତଦିନ ପୂର୍ବରୁ ନିଜର ମୃତ୍ୟୁ ଘଟିବବୋଲି ଅବଗତ ହେଲେ, ସେତେବେଳେ ସେ ତାଙ୍କର ସମଗ୍ର ରାଜ୍ୟ ତ୍ୟାଗକରି ଆଧ୍ୟାତ୍ମିକ ଆଲୋକର ସନ୍ଧାନରେ ଗଙ୍ଗାକୂଳକୁ ଯାତ୍ରାକଲେ। ଆତ୍ମାର ପ୍ରକୃତିଠାରୁ ଆରମ୍ଭକରି ବିଶ୍ୱର ଉତ୍ପତ୍ତି ପର୍ଯ୍ୟନ୍ତ ସମସ୍ତ ବିଷୟ ସମ୍ୱନ୍ଧରେ ପରୀକ୍ଷିତ ରାଜଙ୍କ ପ୍ରଶ୍ନ ଏବଂ ଶ୍ରୀଳ ଶୁକଦେବ ଗୋସ୍ୱାମୀଙ୍କ ଆଲୋକଦୀପ୍ତ ଉତ୍ତର ଶ୍ରୀମଦ୍ ଭାଗବତମ୍‍ର ମୂଳ ଭିତ୍ତି ଅଟେ। ଶ୍ରୀମଦ୍ ଭାଗବତମ୍‍ର ଏ ସଂସ୍କରଣ ଏକମାତ୍ର ସମ୍ପୂର୍ଣ୍ଣ ବିଶଦ ଏବଂ ପାଣ୍ଡିତ୍ୟପୂର୍ଣ୍ଣ ଭାଷ୍ୟ ଅଟେ ଏବଂ ଏହି ପ୍ରଥମ ସଂସ୍କରଣ ପାଠକବର୍ଗଙ୍କ ନିକଟରେ ବ୍ୟାପକଭାବେ ପ୍ରାପ୍ତ ଅଟେ। ଏହି ରଚନା ଭାରତୀୟ ଦର୍ଶନ ଓ ଧର୍ମଭାବନା ସମ୍ୱନ୍ଧରେ ପୃଥିବୀର ସର୍ବଶ୍ରେଷ୍ଠ ବିଖ୍ୟାତ ଗୁରୁ ଶ୍ରୀଳ ଅଭୟ ଚରଣ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଲେଖନୀ ପ୍ରସୂତ ଅଟେ। ତାଙ୍କର ସଂସ୍କୃତ ଭାଷାଜ୍ଞାନରେ ପାଣ୍ଡିତ୍ୟ ଏବଂ ବୈଦିକ ସଂସ୍କୃତିର ଘନିଷ୍ଠ ପରିଚୟ ସମ୍ମିଶ୍ରିତ ହୋଇ ପାଶ୍ଚାତ୍ୟ ଜଗତ ସମ୍ମୁଖରେ ଏହି ଗୁରୁତ୍ୱପୂର୍ଣ୍ଣ ମହାଗ୍ରନ୍ଥର ଚମତ୍କାର ବ୍ୟାଖ୍ୟା ପ୍ରକାଶ କରିଛି। ମୂଳ ସଂସ୍କୃତ ଶ୍ଳୋକ, ରୋମାନ୍ ଲିପିରେ ତାହା ଲେଖିବା, ପ୍ରତ୍ୟେକ ଶବ୍ଦର ଅନୁରୂପ ପ୍ରତିଶବ୍ଦ ଦେବା, ଅତ୍ୟନ୍ତ ସରଳ ଇଂରାଜୀ ଅନୁବାଦ ଏବଂ ସମ୍ପୂର୍ଣ୍ଣ ଭାଷ୍ୟ ସହ ସାମଗ୍ରିକ ପଦ୍ଧତିର ଉତ୍ଥାପନ-ଏହାକୁ ବିଦ୍ୱାନ୍, ଛାତ୍ର ଏବଂ ସର୍ବସାଧାରଣ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିବ। ଭକ୍ତିବେଦାନ୍ତ ବୁକ୍ ଟ୍ରଷ୍ଟ୍ ଦ୍ୱାରା ପ୍ରକାଶିତ ବହୁଭାଗ ସମନ୍ୱିତ ସମଗ୍ର ଗ୍ରନ୍ଥ ଦୀର୍ଘଦିନ ପାଇଁ ଆଧୁନିକ ମନୁଷ୍ୟର ବୌଦ୍ଧିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଜୀବନରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସ୍ଥାନ ଅଧିକାର କରିବ ବୋଲି ପ୍ରତିଶ୍ରୁତି ଦିଏ।

Sample Audio

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.

Your IP Address: 216.73.216.223 Server IP Address: 169.254.130.3